ଘଟଣା ଓ ଦୁର୍ଘଟଣା

ନାବାଳିକାଙ୍କୁ ଅସଦବ୍ୟବହାର କରି ଯୁବକ ଗିରଫ

By Swagatika Samantray

September 21, 2022

ଅନୁଗୁଳ: ଅନୁଗୁଳ ସଦର ଥାନା ଇଲକାର ଜଣେ ନାବାଳିକାଙ୍କୁ ଅସଦ ବ୍ୟବହାରକରିବା ଅଭିଯୋଗରେ ପୁଲିସ ଢ଼େଙ୍କାନାଳ ଜିଲ୍ଲା କାଉଁରିଆପାଳ ଗାଁର ତପନ ସ୍ବାଇଁଙ୍କୁ ବୁଧବାର ଗିରଫ କରିଛି।

ସୂଚନା ଅନୁଯୟୀ, ତପନ ସ୍ବାଇଁ(୩୨) ଅନୁଗୁଳ ସଦରଥାନା ଅଞ୍ଚଳରେ ଥିବା ତାଙ୍କ ଶଶୁର ଘରକୁ ମଙ୍ଗଳବାର ଆସିଥିଲେ। ସନ୍ଧ୍ୟାରେ ପ୍ରଚୁର ମଦ୍ୟପାନକରି ଶଶୁର ଘର ପଡ଼ୋଶୀଙ୍କ ୧୨ ବର୍ଷର ନାବାଳିକାଙ୍କ ସାମ୍ନାରେ ଉଲଗ୍ନ ହୋଇ ଅଶ୍ଳିଳ ଇଙ୍ଗିତ କରି ଟଣାଓଟରା କରିଥିଲେ। ନାବାଳିକାଙ୍କ ଭାଇ ପ୍ରତିବାଦ କରିବାରୁ ତପନ ତାଙ୍କୁ ମାଡ଼ପିଟ କରିଥିଲେ। ଏ ନେଇ ନାବାଳିକାଙ୍କ ପରିବାର ତରଫରୁ ଥାନାରେ ମଙ୍ଗଳବାର ଲିଖିତ ଅଭିଯୋଗ କରାଯାଇଥିଲା। ଅଭିଯୋଗପାଇ ପୁଲିସ ଏକ ମାମଲା ରୁଜୁକରି ଅଭିଯୁକ୍ତ ତପନଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି।