ଅନୁଗୁଳ: ଅନୁଗୁଳ ସହରର ତମ୍ରିତ୍ କଲୋନୀ ନିକଟରେ ନିର୍ମାଣାଧିନ ପୋଲରୁ ଲୁହା ଚୋରିକରି ଜଣେ ବ୍ୟକ୍ତି ଗିରଫ ହୋଇଛନ୍ତି। ସୂଚନା ମୁତାବକ, ସୋଭାଗ୍ୟ ନଗରର ଗୋପବନ୍ଧୁ ଦାସ ଶୁକ୍ରବାର ସକାଳେ ନିର୍ମାଣାଧିନ ପୋଲ ନିକଟରୁ ଏକ ଲୁହା ଷ୍ଟାଣ୍ଡ ଚୋରିକରି ନେଇଥିଲେ। ଏ ନେଇ ଠିକା ସଂସ୍ଥାର ମ୍ୟାନେଜର ବିରଞ୍ଚି ନାରାୟଣ ପଣ୍ଡା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗପାଇ ପୁଲିସ ଏକ ମାମଲା ରୁଜୁକରି ଅଭିଯୁକ୍ତ ଗୋପବନ୍ଧୁଙ୍କୁ ଗିରଫ କରିବାସହ ଲୁହା ଷ୍ଟାଣ୍ଡକୁ ଜବତ କରିଛି। ଅଭିଯୁକ୍ତ ଗୋପବନ୍ଧୁଙ୍କୁ କୋର୍ଟ ଚାଲାଣ କରିଛି।