ମୁଖ୍ୟ ଖବର

ନବମ ଶ୍ରେଣୀ ଛାତ୍ରଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା, ଦଶମ ଶ୍ରେଣୀ ଛାତ୍ରଙ୍କୁ ଧରିଲା ପୋଲିସ

By Angul TV Bureau

July 31, 2024

ଅନୁଗୁଳ: ଅନୁଗୁଳରେ ନବମ ଶ୍ରେଣୀ ଛାତ୍ରଙ୍କୁ ଆକ୍ରମଣ ଘଟଣାରେ ଦଶମ ଶ୍ରେଣୀ ଛାତ୍ରଙ୍କୁ ଧରିଛି ପୋଲିସ। ମଙ୍ଗଳବାର ପୋଲିସ ସମ୍ପୃକ୍ତ ନାବାଳକ ତଥା ଦଶମ ଶ୍ରେଣୀ ଛାତ୍ରକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ପରେ ନାବାଳକଙ୍କୁ ପରିବୀକ୍ଷଣ ଛାତ୍ରାବାସକୁ ପଠାଯାଇଥିବା ଜଣାଯାଇଛି।

ସୂଚନା ମୁତାବକ, ସାଇକେଲ ରଖିବାକୁ ନେଇ ସୋମବାର ଅନୁଗୁଳ ହାଇସ୍କୁଲର ଜଣେ ନବମ ଶ୍ରେଣୀର ଛାତ୍ରକୁ ଦଶମ ଶ୍ରେଣୀର ଛାତ୍ର ମରଣାନ୍ତକ ଆକ୍ରମଣ କରିଥିଲା। ଫଳରେ ସେ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲା। ଏନେଇ ଆହତ ଛାତ୍ରର ବାପା ଥାନାରେ ଅଭିଯୋଗ କରିବା ପରେ ପୋଲିସ ମାମଲା ରୁଜୁ କରି ଉକ୍ତ ଦଶମ ଶ୍ରେଣୀ ଛାତ୍ରକୁ ଧରିଥିଲା।