ଘଟଣା ଓ ଦୁର୍ଘଟଣା

ଗଂଜେଇ ବିକ୍ରି ମାମଲାରେ ଜଣେ ଗିରଫ, ୩ ମାସ ହେଲା ଅଭିଯୁକ୍ତକୁ ଖୋଜୁଥିଲା ପୁଲିସ

By Angul TV Bureau

March 20, 2025

ଅନୁଗୁଳ: ଗଂଜେଇ ବିକ୍ରି ମାମଲାରେ ଅନୁଗୁଳ ଜିଲ୍ଲା ଗୋପୀନାଥପୁର ଗାଁର ଜଣଙ୍କୁ ଗିରଫ କରିଛି ପୋଲିସ। ଗିରଫ ଯୁବକ ହେଲେ ମୁନା ଖିଲାର। ପୁଲିସ ଗତକାଲି ତାକୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି।

ଗତ ୨୦୨୪ ଡିସେମ୍ବର ୨୮ ତାରିଖରେ ଗଂଜେଇ ବିକୁଥିବା ବେଳେ ପୁଲିସ ଚଢ଼ାଉ କରିଥିଲା। ପୁଲିସକୁ ଦେଖି ସେ ଫେରାର୍‌ ହୋଇଯାଇଥିଲା। ପୁଲିସ ତାକୁ କାଲି ଗିରଫ କରିବାରେ ସଫଳ ହୋଇଥିଲା। ତା’ ନାମରେ ଆଗରୁ ବହୁ ଅପରାଧିକ ମାମଲା ଥିବା ଜଣାପଡ଼ିଛି।