ଘଟଣା ଓ ଦୁର୍ଘଟଣା

ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗ: ଜଣେ ଗିରଫ, ବାଇକ ଜବତ

By Angul TV Bureau

May 27, 2025

ଅନୁଗୁଳ: ଅନୁଗୁଳ ଜିଲ୍ଲା ହଣ୍ଡପା ପୁଲିସ ସୋମବାର ରାତିରେ ବଇଣ୍ଡା ଅଞ୍ଚଳରେ ଗାଡ଼ି ମଟର ଯାଞ୍ଚ କରିଛି। ମଦ୍ୟପାନ କରି ବାଇକ ଚଲାଉଥିବା ଅଭିଯୋଗରେ ପୁଲିସ ଜଣଙ୍କୁ ଗିରଫ କରିଛି।

ଗିରଫ ଯୁବକ ହେଲେ ଠାକୁରଗଡ଼ ଥାନା ବାଲିପଟା ଗ୍ରାମର ଅଜିତ ନାୟକ। ଏଥିସହ ତାଙ୍କ ବାଇକ (ଓଡି ୧୯ ଏଏ ୨୫୪୬ )କୁ ବି ପୁଲିସ ଜବତ କରିଛି। ଏ ନେଇ ପୁଲିସ ପକ୍ଷରୁ ୧୯୪/୨୫ ରେ ଏକ ମାମଲା ରୁଜୁ କରାଯାଇଛି। ତେବେ ଅଜିତ ପ୍ରଚୁର ମଦ୍ୟପାନ କରି ବାଇକ ଚଲାଉଥିଲେ। ଏଣୁ ତାଙ୍କୁ ଗିରଫ କରାଯାଇଛି ବୋଲି ପୁଲିସ କହିଛି।