ଘଟଣା ଓ ଦୁର୍ଘଟଣା

ଧମକ ଦେଇ ଟଙ୍କା ମାଗିବା ଅଭିଯୋଗରେ ଜଣେ ଗିରଫ

By Angul TV Bureau

January 06, 2022

ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ କହ୍ନେଇ ନଗରର ଜଣେ ବ୍ୟକ୍ତିଙ୍କୁ ଧମକାଇ ଟଙ୍କା ମାଗିବା ଅଭିଯୋଗରେ ପୁଲିସ ଜଣେ ଯୁବକଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି। ସୂଚନା ଯେ, କହ୍ନେଇନଗରର ବିଷ୍ଣୁ ଚରଣ ନାଏକ ସେହିଗାଁର କରୁଣାକର ସାହୁଙ୍କୁ ମଙ୍ଗଳବାର ଟଙ୍କା ମାଗିଥିଲେ। ଟଙ୍କା ନ ଦେଲେ ତୋ ନାଁରେ ଏସ୍ସି ଏସ୍ଟି ଆକ୍ଟରେ ଥାନାରେ ଅଭିଯୋଗ କରିବି ବୋଲି ଧମକାଇଥିଲେ। ଏ ନେଇ କରୁଣାକର ସାହୁ ଥାନାରେ ଲିଖିତ ଅଭିଯୋଗ କରିବାପରେ ପୁଲିସ ଏକ ମାମଲା ରୁଜୁକରି ବୁଧବାର ଅଭିଯୁକ୍ତ ବିଷ୍ଣୁଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି। ଏଥି ପୂର୍ବରୁ ଏ ଭଳି ସମାନ କାର୍ଯ୍ୟକରିଥିବା ଅଭିଯୋଗରେ ଗିରଫକରି କୋର୍ଟ ଚାଲାଣ କରାଯାଇଥିଲା।