ଘଟଣା ଓ ଦୁର୍ଘଟଣା

ପ୍ରେମ ପରେ ପ୍ରତାରଣା! ବାହାଘର ପାଇଁ କହିବାରୁ ପ୍ରେମିକାକୁ ମାଡ଼, ଯୁବକ ଗିରଫ

By Angul TV Bureau

December 10, 2022

ଅନୁଗୁଳ: ସ୍ଥାନୀୟ ବଅଁରପାଳ ଥାନା ଗୋତମରା ଗାଁର ଜଣେ ଯୁବତୀଙ୍କୁ ମାରପିଟ୍ କରିବା ଅଭିଯୋଗରେ ପୋଲିସ ଯୁବକଙ୍କୁ ଗିରଫ କରିଛି। କୁନି ବେହେରା (୨୬) ଙ୍କୁ ଡ୍ରାଇଭର ହୃଦାନନ୍ଦ ସାହୁ ଦୁର୍ବ୍ୟବହାର କରିବା ସହ ମୁହଁ ଏବଂ ପିଠିକୁ ମାଡ଼ ମାରି ରକ୍ତାକ୍ତ କରିବା ଘଟଣାରେ ପୋଲିସ ଶୁକ୍ରବାର ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ସୂଚନା ମୁତାବକ, ହୃଦାନନ୍ଦ ବନ୍ତଳାରେ ଟ୍ରକ ଡ୍ରାଇଭର ଭାବେ କାର୍ଯ୍ୟ କରେ। ସେ ଏହି ଅଞ୍ଚଳକୁ ଆସିବା ବେଳେ କୁନି ସହ ମିଳାମିଶା କରିଥିଲା। ତେବେ ଗୁରୁବାର ଦିନ କୁନି ହୃଦାନନ୍ଦଙ୍କୁ ବିବାହ କରିବାକୁ ଜିଦ୍ କରିବାରୁ ହୃଦାନନ୍ଦ ତାଙ୍କୁ ମାରପିଟ୍ କରିଥିଲା। ଏ ନେଇ କୁନି ଥାନାରେ ମାମଲା ଦେବା ପରେ ପୋଲିସ ତଦନ୍ତ କରି  ହୃଦାନନ୍ଦଙ୍କୁ କୋର୍ଟ ଚାଲାଣ କରିଛି।