ଘଟଣା ଓ ଦୁର୍ଘଟଣା

ପନିକିରେ ଆକ୍ରମଣକରି ଯୁବକ ଗିରଫ

By Sanjeeb Biswal

October 10, 2022

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ପାତ୍ରପଡ଼ା ଗାଁରେ ଜଣଙ୍କୁ ପନିକିରେ ଆକ୍ରମଣ କରିବା ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି।

ସୂଚନା ଯେ, ଶନିବାର ପାତ୍ରପଡ଼ା ଗାଁରେ ଢ଼ମକୁଇଲି ଯାତ୍ରା ଅନୁଷ୍ଠିତ ହୋଇଥିଲା। ଏଥିରେ ବାଜା ବଜାଇବା ପାଇଁ କୃଷ୍ଣଚନ୍ଦ୍ର ମୁଖିଙ୍କ ନେତୃତ୍ବରେ ୭ ଜଣ ବାଦ୍ୟକାର ଯାଇଥିଲେ। ତେବେ ସେମାନେ ଖାଇବାକୁ ଆସି ପୁଣି ଶିଘ୍ର ଯାତ୍ରାକୁ ଯିବାର ଥିଲା। ତେଣୁ କୃଷ୍ଣ ସମସ୍ତଙ୍କୁ ଶିଘ୍ର ଖାଇବାକୁ କହିଥିଲେ। ଏଥିରେ ଉତ୍କ୍ଷିପ୍ତ ହୋଇ ସେମାନଙ୍କ ମଧ୍ୟରୁ ଅଖିଳ ମୁଖି ଏକ ପନିକିରେ କୃଷ୍ଣଙ୍କ ମୁଣ୍ଡକୁ ହାଣିଥିଲା। ଫଳରେ କୃଷ୍ଣ ଗୁରୁତରଭାବେ ଆହତ ହୋଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଛେଣ୍ଡିପଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଏ ନେଇ ଥାନାରେ ଅଭିଯୋଗ ପରେ ପୋଲିସ ଏକ ମାମଲା ରୁଜୁକରି ଅଭିଯୁକ୍ତ ଅଖିଳ ମୁଖିଙ୍କୁ ସୋମବାର ଗିରଫକରି କୋର୍ଟ ଚାଲାଣ କରିଛି।