ଅନୁଗୁଳ: ଅନୁଗୁଳ ଟାଉନ୍ ପୋଲିସ ମଙ୍ଗଳବାର ଚୋରି ଅଭିଯୋଗରେ ଜଣେ ଯୁବକଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି। ସୂଚନା ଯେ, ଗତ ୨୦ ତାରିଖ ବିଳମ୍ବିତ ରାତିରେ କାଞ୍ଚନ ବଜାରରେ ଥିବା ଏକ ମୋବାଇଲ ଦୋକାନର ସଟର ଭାଙ୍ଗି ଚୋରି ହୋଇଥିଲା। ଏ ନେଇ ଦୋକାନ ମାଲିକ ଆଦର୍ଶ କୁମାର ଅଗ୍ରୱାଲ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗପାଇ ପୋଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତକରି ମଙ୍ଗଳବାର ସଦର ଥାନା ଅନ୍ତର୍ଗତ ଅଙ୍ଗାରବନ୍ଧ ଗାଁର ଟୁନା ଗୋଚ୍ଛାୟତ(୨୦)ଙ୍କୁ ଗିରଫକରି ତାଙ୍କଠାରୁ ୫ଟି ଚୋରି ମୋବାଇଲ, ବ୍ଲୁଟୁଥ ସ୍ପିକର, ପେନଡ୍ରାଇଭ୍, ଟଙ୍କା ଓ ଅନ୍ୟାନ୍ୟ ଜିନିଷ ଜବତ କରିଛି। ଅଭିଯୁକ୍ତ ଟୁନାଙ୍କୁ କୋର୍ଟ ଚାଲାଣ କରାଯାଇଛି।