ଘଟଣା ଓ ଦୁର୍ଘଟଣା

ଦୋକାନରୁ ଚୋରି ଅଭିଯୋଗରେ ଯୁବକ ଗିରଫ

By Sanjeeb Biswal

October 22, 2022

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ଟେଣ୍ଟୋଲୋଇ ଗାଁରେ ୧୯ ତାରିଖରେ ଏକ ଦେକାନରୁ ଚୋରି କରିଥିବା ଅଭିଯୋଗରେ ପୁଲିସ ଶନିବାର ଜଣେ ଯୁବକଙ୍କୁ ଗିରଫ କରିଛି।

ସୂଚନା ଯେ, ଗାଁର ଅଞ୍ଚଳ ଦେହୁରୀଙ୍କ ଗ୍ରେସୋରୀ ଦୋକାନରୁ ଗତ ୧୯ ତାରିଖ ରାତିରେ ତାଲା ଭାଙ୍ଗି ସେଠାରେ ଥିବା ୫୦ ଯୋଡ଼ା ଚପଲ, ସାବୁନ, ତେଲ ଓ ଅନ୍ୟାନ୍ୟ ସାମଗ୍ରୀ ଚୋରି ହୋଇଥିଲା। ଏ ନେଇ ଅଞ୍ଚଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗପାଇ ପୁଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତକରି ଶନିବାର ଟେଣ୍ଟୋଲୋଇ ଗାଁର ଜିତେନ୍ଦ୍ର ନାଏକ(୩୫) ନାମକ ଜଣେ ଯୁବକଙ୍କୁ ଗିରଫକରି ତାଙ୍କଠାରୁ ପ୍ରାୟ ଚୋରି ସାମଗ୍ରୀ ଜବତକରିଛି। ଅଭିଯୁକ୍ତ ଜିତେନ୍ଦ୍ରଙ୍କୁ ଶନିବାର କୋର୍ଟ ଚାଲାଣ କରାଯାଇଛି।