ଅନୁଗୁଳ : ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ପୁଲିସ ଶନିବାର ଜଣେ ଚୋରଙ୍କୁ ଗିରଫରି କୋର୍ଟ ଚାଲାଣ କରିଛି। ସୂଚନା ଯେ, ଗତ କିଛିଦିନତଳେ ଝିଣ୍ଟିପାଳ ଗାଁର ଋଷଭ ସାହୁଙ୍କ ଦୋକାନରୁ ଚୋରି ହୋଇଥିଲା। ଏ ନେଇ ଅଭିଯୋଗ ହେବାପରେ ପୁଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ କରୁଥିଲା। ତେବେ ଶନିବାର ଦେବଗଡ଼ ଜିଲ୍ଲା କୁଣ୍ଡେଇଗୋଳା ଥାନା ଅଞ୍ଚଳର ପ୍ରସନ୍ନ ପ୍ରଧାନ(୫୯) ନାମକ ଜଣେ ବ୍ୟକ୍ତି କିଛି ସାମଗ୍ରୀ କୁକୁରୁପେଟା ଗାଁରେ ବିକ୍ରି କରୁଥିବା ବେଲେ ଲୋକଙ୍କର ସନ୍ଦେହ ହୋଇଥିଲା। ଲୋକମାନେ ପୁଲିସକୁ ଖବର ଦେଇଥିଲେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରସନ୍ନଙ୍କୁ ପଚରାଉଚୁରା କରିବାରୁ ସେ ଏହା ଚୋରିକରିଥିବା ସ୍ବିକାର କରିଥିଲା। ପୁଲିସ ପ୍ରସନ୍ନଙ୍କୁ ଗିରଫ କରିବାସହ ଚୋରୀ ସାମଗ୍ରୀ ଜବତକରିଛି। ଅଭିଯୁକ୍ତଙ୍କୁ ଶନିବାର କୋର୍ଟ ଚାଲାଣ କରିଛି।