ଅନୁଗୁଳ : ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ନଳଚନ୍ଦ୍ରପୁର ଗାଁର ଜଣେ ୫୦ ବର୍ଷର ବିଧବା ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମକରିବା ଅଭିଯୋଗରେ ଜଣଙ୍କୁ ଗିରଫ କରିଛି ପୁଲିସ। ସୂଚନା ମୁତାବକ, ରବିବାର ବିଧବା ମହିଳା ଗାଁ ପୋଖରୀରୁ ଗାଧୋଇ ଫେରୁଥିବା ବେଳେ ଗାଁର ହାଡ଼ିବନ୍ଧୁ ସାମଲ(୫୯) ତାଙ୍କୁ ଦୁଷ୍କର୍ମ କରିବାକୁ ଟଣାଓଟରା କରିଥିଲେ। ତେବେ ମହିଳା ପାଟି କରିବାରୁ ହାଡ଼ିବନ୍ଧୁ ସେଠାରୁ ପଳାଇ ଯାଇଥିଲେ। ଏ ନେଇ ମହିଳା ଥାନାରେ ଲିଖିତ ଅଭିଯୋଗ କରିବାପରେ ପୁଲିସ ଏକ ମାମଲା ରୁଜୁକରି ଅଭିଯୁକ୍ତ ହାଡ଼ିବନ୍ଧୁଙ୍କୁ ଗିରଫକରି ରବିବାର କୋର୍ଟ ଚାଲାଣ କରିଛି।