ଅନ୍ୟାନ୍ୟ

ତାଳଚେର ଶ୍ରମ ବିଭାଗ ପକ୍ଷରୁ ଚଢ଼ଉ, ଜଣେ ଶିଶୁ ଶ୍ରମିକ ଉଦ୍ଧାର

By Angul TV Bureau

February 15, 2024

ତାଳଚେର: ତାଳଚେର ଶ୍ରମକାର୍ଯ୍ୟାଳୟ ପକ୍ଷରୁ ଆଜି କଣିହାଁ ଏନଟିପିସି ଅଞ୍ଚଳରେ ଚଢ଼ଉ କରି ହୋଟେଲ୍ ନିୟୁ ଗୋପୀନାଥରୁ ଜଣେ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ଶିଶୁ ଶ୍ରମିକକୁ ଅନୁଗୁଳ ଜିଲ୍ଳା ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷଙ୍କ ନିକଟରେ ହାଜର କରାଯାଇଥିଲା। ଏଥି ସହ କଣିହାଁ ଅଞ୍ଚଳରେ ଶିଶୁ ଶ୍ରମିକଙ୍କୁ କାମରେ ନିୟୋଜିତ ନ କରିବା ପାଇଁ ସଚେତନ କରାଯାଇଛି।

ଆଜିର ଚଢ଼ଉରେ ତାଳଚେର ଜିଲ୍ଲା ଶ୍ରମ ଅଧିକାରିଣୀ ପରମିତା ମିଶ୍ରଙ୍କ ସହିତ ଆସିଷ୍ଟାଣ୍ଟ ଲେବର ଅଫିସର ବିପୁଲ୍ ସୁନ୍ଦର୍ ସାହୁ ମଧ୍ୟ ଉପସ୍ଥିତ ଥିଲେ।