ଘଟଣା ଓ ଦୁର୍ଘଟଣା

ସ୍କୁଟରରେ କୋଇଲା ଚୋରାଚାଲାଣ ବେଳେ ଫେରାର ଥିବା ଯୁବକକୁ ଗିରଫ କଲା ଛେଣ୍ଡିପଦା ପୋଲିସ

By Sanjeeb Biswal

May 29, 2023

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ପୋଲିସ ଗତ ୨୬ ତାରିଖରେ ଚୋରା କୋଇଲା ଚାଲାଣ ବେଳେ ଫେରାର ଥିବା ଯୁବକକୁ ଆଜି ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଯୁବକ ଜଣକ ହେଲେ ସମଲ ଥାନା ବିରୁ ଅଞ୍ଚଳର ପ୍ରଶାନ୍ତ ବେହେରା।

ପୋଲିସ ସୂଚନା ମୁତାବକ, ଶୁକ୍ରବାର ଛେଣ୍ଡିପଦା ଥାନା ପୋଲିସ ମୋଟର ସାଇକେଲରେ ବେଆଇନ ଭାବେ ଚୋରା କୋଇଲା ଚାଲାଣ କରୁଥିବା ଯୁବକଙ୍କୁ ଅଟକାଇବା ବେଳେ ପ୍ରଶାନ୍ତ ଖସି ଯାଇଥିଲା। ଏହି ଘଟଣାରେ କୋଶଳା ଗ୍ରାମର ଯାଦବ ନାଏକ (୩୫) ଓ ବିନୟ ବେହେରାକୁ ଗିରଫ କରିବା ସହିତ ପୋଲିସ ୩ଟି ସ୍କୁଟରରୁ ୬ କୁଇଣ୍ଟାଲ କୋଇଲା ଜବତ କରିଥିଲା।