ଅନ୍ୟାନ୍ୟ

କିଶୋରନଗରରେ ବାଲ୍ୟ ବିବାହ ମୁକ୍ତ ଗାଁ ସମ୍ପର୍କିତ କାର୍ଯ୍ୟକ୍ରମ ଆୟୋଜିତ

By Angul TV Bureau

June 03, 2025

ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ମହିଳା ଶିଶୁ ବିକାଶ କାର୍ଯ୍ୟାଳୟ ସଭାଘର ଠାରେ ବାଲ୍ୟ ବିବାହ ମୁକ୍ତ ଗାଁ ସମ୍ପର୍କିତ ଶିଶୁ ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ସିଡିପିଓଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଡିଓ ସୁବ୍ରତ କୁମାର ବେହେରା, ବ୍ଲକ ଉପାଧ୍ୟକ୍ଷ ଲବ କୁମାର ପ୍ରଧାନ, ଏବିଇଓ ରମଣୀ ରଞ୍ଜନ ସାହୁ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ କହିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ସୁପରଭାଇଜର ଅସ୍ମିତା ସାହୁ, ଦେବକୀ ଦନ୍ତା, କର୍ମଚାରୀ ସଂଜୀବ ସାହୁ, ରାଜେଶ ବେଉରିଆ ପ୍ରମୁଖ ସହଯୋଗ କରିଥିଲେ। ଅଙ୍ଗନବାଡି କର୍ମୀ ମାନେ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।