ମୁଖ୍ୟ ଖବର

‘ଅଭ୍ୟାଗତ ଆଚରଣ’ ଶୀର୍ଷକ ଏକ ଏକଦିବସୀୟ ଆଲୋଚନା ଚକ୍ର ଆୟୋଜିତ

By angultvadmin

November 23, 2025

ଅନୁଗୁଳ: ଅନୁଗୁଳ ସରକାରୀ ସ୍ଵୟଂଶାସିତ ମହାବିଦ୍ୟାଳୟରେ ପୁରାତନ ଛାତ୍ର ସଂସଦ ଓ ଓଡ଼ିଶା ସରକାରଙ୍କ ଆମ ଗୌରବ ଆମ କଲେଜ ପରିଚାଳନା ସଙ୍ଗଠନ ଆନୁକୂଲ୍ୟରେ ଅଭ୍ୟାଗତ ଆଚରଣ ଶୀର୍ଷକ ଏକ ଏକଦିବସୀୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଛି। ଏଥିରେ ବଲାଙ୍ଗୀର ଭୀମଭୋଇ ଭେଷଜ ମହାବିଦ୍ୟାଳୟର ଅସ୍ଥିଶଲ୍ୟ ବିଭାଗର ସହକାରୀ ପ୍ରାଧ୍ୟାପକ ଡଃ. କୁମୁଡ଼ାବନ୍ଧୁ ସାହୁ ମୁଖ୍ୟ ଆଲୋଚକ ଭାବେ ଯୋଗ ଦେଇ ବୈଦ୍ୟୁତିକ ଉପକରଣ ବ୍ୟବହାର ଜନିତ କୁପ୍ରଭାବ ଉପରେ ଆଲୋକପାତ କରିଥିଲେ। ତାଙ୍କ ସହ ମନୋବିଜ୍ଞାନ ବିଶେଷଜ୍ଞ ଅନୁପମା ପ୍ରଧାନ ଉପସ୍ଥିତ ଥିଲେ। ଏଥିରେ ପୁରାତନ ଛାତ୍ର ସଂସଦର ସଭ୍ୟ ତପନ କୁମାର ପ୍ରଧାନ, ମନୋଜ ରାୟ, ପ୍ରଶାନ୍ତ ବିଶ୍ଵାଳ, ସୁବୋଧ ମାଝୀ, ପ୍ରକାଶ ବେହେରା, ମିହିର ଗଡ଼ନାୟକ ପ୍ରମୁଖ ଅଂଶଗ୍ରହଣ କରିଥିଲେ। ମହାବିଦ୍ୟାଳୟର ସଂଯୋଜକ ଡ. ବସନ୍ତ କୁମାର ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ। ଅଧ୍ୟକ୍ଷ ଡ. ନୀଳାଚଳ ପଟେଲ ସ୍ବାଗତ ଭାଷଣ ଦେଇଥିଲେ। କାର୍ଯ୍ୟକ୍ରମକୁ ଡ. ସୁଜ୍ଞାନୀ ରଥ ପରିଚାଳନା କରିଥିବା ବେଳେ ସହକାରୀ ପ୍ରାଧ୍ୟାପକ ସୁଶାନ୍ତ କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।