କ୍ରୀଡ଼ା

ଯୋଲଣ୍ଡା ଗ୍ରାମ ଠାରେ ବ୍ଲକ୍ ସ୍ତରୀୟ ଦିନିଆ ଭଲିମ୍ୟାଚ୍ ଆୟୋଜିତ: କାଦଡିହା ଚାମ୍ପିୟନ ଏବଂ ଯୋଲଣ୍ଡା ଟିମ୍ ରନର୍ସ ଅପ୍

By Angul TV Bureau

February 29, 2024

ଅନୁଗୁଳ: ସ୍ଥାନୀୟ ପାଳଲହଡ଼ା ବ୍ଲକ୍ ସଇଡ଼ା ପଞ୍ଚାୟତ ଅନ୍ତର୍ଗତ ଯୋଲଣ୍ଡା ଗ୍ରାମରେ ଗତ ୨୫ ତାରିଖ ଦିନ ଅନୁଗୁଳ ନେହୁରୁ ଯୁବକେନ୍ଦ୍ର ପକ୍ଷରୁ ଏକ ମ୍ୟାଚ୍ ରାଧାକୃଷ୍ଣ କ୍ଲବ ପିଲାଙ୍କ ଦ୍ଵାରା ଆୟୋଜିତ ହୋଇଛି। ଏଥିରେ ଗୋଟିଏ ଦିନରେ ପ୍ରାୟ ୬ଟି ଟିମ୍ ଭାଗ ନେଇଥିଲେ।

ସେଥିରୁ କାଦଡିହା ଚାମ୍ପିୟନ ଏବଂ ଯୋଲଣ୍ଡା ଟିମ୍ ରନର୍ସ ଅପ୍ ହୋଇଥିଲା। ଯୋଲଣ୍ଡା ରାଧାକୃଷ୍ଣ କ୍ଲବର ଯୁବ ସଭାପତି ଶରତ ଚନ୍ଦ୍ର ନାୟକ ଖେଳ ପରିଚାଳନା କରିଥିଲେ।

ମୁଖ୍ୟ ଅତିଥି ଭାବେ ସଇଡ଼ା ପଞ୍ଚାୟତର ନାଏବ ସରପଞ୍ଚ ସୁରେଶ ନାୟକ, ସମ୍ମାନିତ ଅତିଥି ଭାବେ ୨ ନମ୍ୱର୍ ୱାର୍ଡ ମେମ୍ବର୍ ଈଶ୍ୱର ଚନ୍ଦ୍ର ଆପଟ, ଯୋଲଣ୍ଡା ଉପ୍ରା ବିଦ୍ୟାଳୟର ଶିକ୍ଷକ ପ୍ରତାପ ଆପଟ ଯୋଗଦେଇ ଦୁଇ ବିଜେତା ଦଳକୁ ପୁରସ୍କୃତ କରିଥିଲେ।