ମୁଖ୍ୟ ଖବର

ହାତୀ ଆକ୍ରମଣରେ ଜଣେ ମୃତ ଜଣେ ଗୁରୁତର

By Biswaranjan Pattnaik

September 06, 2024

ଅନୁଗୁଳ: ଶୁକ୍ରବାର ସକାଳେ ଅନୁଗୁଳ ବନଖଣ୍ଡ ଅନ୍ତର୍ଗତ ବନ୍ତଳା ବନାଞ୍ଚଳରେ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି।

ସୂଚନା ଯେ, ଅନୁଗୁଳ ସଦର ଥାନା ଅନ୍ତର୍ଗତ ଗଡତଇଳା ଗାଁର କଷ୍ଟୁ ଦେହୁରି(୬୫) ଆଜି ଭୋର ୫.୩୦ ସମୟରେ ଚାଷ କାମ ପାଇଁ କ୍ଷେତକୁ ଯାଉଥିବା ବେଳେ ହାତୀ ତାଙ୍କୁ ଆକ୍ରମଣ କରିଥିଲା। ଆକ୍ରମଣର ଶିକାର କଷ୍ଟୁଙ୍କୁ ଗୁରୁତର ଅବସ୍ଥାରେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତ କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଅନ୍ୟ ପକ୍ଷରେ ବନ୍ତଳା ଗାଁର ବିଦ୍ୟୁତ ବିଭାଗ କାର୍ଯ୍ୟାଳୟ ନିକଟରେ ସକାଳେ ଗାଁର କୁମାରୀ ସାହୁ(୬୨) ଫୁଲ ତୋଳିବାକୁ ଯାଇଥିବା ବେଳେ ଏକ ଗୋଠ ଛଡା ହାତୀ ଆସି ତାଙ୍କୁ ଟେକି କଚାଡ଼ି ଦେଇଥିଲା। କୁମାରୀଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଦୌଡ଼ି ଆସି ତାଙ୍କୁ ଉଦ୍ଧାର କରିଥିଲେ। ଲୋକଙ୍କ ସହଯୋଗରେ କୁମାରୀଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ଅଣ୍ଟାରେ ଗୁରୁତର ଆଘାତ ଲାଗିଥିବା ଜଣାପଡିଛି।