ଘଟଣା ଓ ଦୁର୍ଘଟଣା

ଗୋରୁ-ବାଇକ୍ ମୁହାଁମୁହିଁ ଜଣେ ମୃତ, ଜଣେ ଗୁରୁତର

By Sanjeeb Biswal

March 30, 2022

ଅନୁଗୁଳ: ଅନୁଗୁଳ ଜିଲା ଜରପଡା-ଛେଣ୍ଡିପଦା ପୂର୍ତ୍ତବିଭାଗ ରାସ୍ତାର ଜରପଡା ମେଡିକାଲ ଛକ ନିକଟରେ ବୁଧବାର ଦୁର୍ଘଟଣା ଘଟି ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ସୂଚନା ଯେ, ଜରପଡା ଥାନା ବକଳା ଗ୍ରାମର ବଳରାମ ଭୋଇ ଏବଂ ମାନସ ଗଡ଼ନାୟକ  କାମସାରି ମଧ୍ୟାହ୍ନରେ ଜରପଡାରୁ ନିଜ ଗ୍ରାମ ବକଳା ଫେରୁଥିଲେ । ଜରପଡା ମେଡିକାଲ ଛକ ନିକଟରେ ଏକ ଗୋରୁ ହଠାତ୍ ତାଙ୍କ ବାଇକ୍ ସାମ୍ନାକୁ ଚାଲି ଆସିଥିଲା । ଫଳରେ ଉଭୟ ରାସ୍ତା କଡ଼କୁ ଛିଟିକି ପଡିଥିଲେ । ଘଟଣସ୍ଥଳରେ ବଳରାମଙ୍କ ମୃତ୍ୟୁ ହୋଇଥିବା ବେଳେ ମାନସ ଆହତ ହୋଇ ପଡ଼ିରହିଥିଲେ । ସ୍ଥାନୀୟ ଲୋକମାନେ ମାନସଙ୍କୁ ଜରପଡା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଅନୁଗୁଳ ସ୍ଥାନାନ୍ତର କରାଯାଇଥିଲା । ଖବର ପାଇ ଜରପଡା ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚି ମୋଟରସାଇକଲ ଏବଂ ବଳରାମଙ୍କ ଶବ ଜବତ କରିବା ଶହ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି ।