ଘଟଣା ଓ ଦୁର୍ଘଟଣା

ପୃଥକ ସ୍ଥାନରେ ବଜ୍ରପାତ: ଜଣେ ମୃତ, ଆଈ-ନାତୁଣୀ ଗୁରୁତର

By Sanjeeb Biswal

April 25, 2023

ଛେଣ୍ଡିପଦା: ଛେଣ୍ଡିପଦା ବ୍ଲକ ବାଗେଡ଼ିଆ ଥାନା ଘଡ ଗାଁରେ ମଙ୍ଗଳବାର ମଧ୍ୟାହ୍ନରେ ବଜ୍ରପାତରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଛି। ସେହିପରି ସପୋଇନାଳି ଗ୍ରାମରେ ମଧ୍ୟ ବଜ୍ରାଘାତରେ ଜଣେ ବୃଦ୍ଧା ଓ ତାଙ୍କ ନାତୁଣୀ ଗୁରୁତର ହୋଇଛନ୍ତି। ମୃତ ବୃଦ୍ଧ ହେଲେ ମଲିଆ ପେଣ୍ଠଇ ଏବଂ ଗୁରୁତର ବୃଦ୍ଧା ହେଲେ ସାପୋଇନାଳି ଗାଁର ଦ୍ରୌପଦୀ ପୋଢ଼ ଓ ତାଙ୍କ ନାତୁଣୀ ପ୍ରୀତି ପୋଢ଼।

ସୂଚନା ମୁତାବକ, ମଲିଆ ଗାଧୋଇ ସାରି ଘରକୁ ଫେରୁଥିବା ବେଳେ ବଜ୍ରପାତ ହେବାରୁ ଘଟଣାସ୍ଥଳରେ ଅଚେତ ହୋଇ ପଡି ଯାଇଥିଲେ। ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ଛେଣ୍ଡିପଦା ଡାକ୍ତରଖାନାକୁ ନେଇଥିଲେ ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷିତ କରିଥିଲେ। ଏ ନେଇ ଛେଣ୍ଡିପଦା ଥାନାରେ ଲିଖିତ ଅଭିଯୋଗ ପରେ ପୋଲିସ ଡାକ୍ତରଖାନାରେ ପହଞ୍ଚି ଶବ ଜବତ କରିଥିଲା। ପରେ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ମୃତ ଦେହ ହସ୍ତାନ୍ତର କରାଯାଇଛି। ଅନ୍ୟପଟେ ଆହତ ଆଈ ଓ ନାତୁଣୀ ଛେଣ୍ଡିପଦା ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାଯାଇଛି।