ଅନୁଗୁଳ: ଆଜି ଅପରାହ୍ନ ପ୍ରାୟ ୩ ଟା ବେଳେ କୁରୁଡୋଲ ଆର୍ୟା ଢାବା ନିକଟରେ ଏକ ସଡକ ଦୁର୍ଘଟଣାରେ ଜଣେ ଯୁବକର ମୃତ୍ୟୁ ଘଟିଛି। ସିଦ୍ଧାନ୍ତ(୩୫) ନାମକ ଯୁବକ କୁରୁଡୋଲରୁ ସ୍କୁଟର ଯୋଗେ ଅନୁଗୁଳ ଆଡକୁ ଆସୁଥିବାବେଳେ ବିପରୀତ ଦିଗରୁ ପିଣ୍ଟୁ (୩୨) ପ୍ରଧାନକ ବାଇକ ସହ ପିଟି ହୋଇ ଯାଇଥିଲେ। ଏଥିରେ ସିଦ୍ଧାନ୍ତଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିବାବେଳେ ଗୁରୁତର ପିଣ୍ଟୁଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।