ଅନୁଗୁଳ: ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ପାରିପରାଠାରେ ଗୁରୁବାର ସକାଳେ ଏକ ଟ୍ରେନ୍ ଧକ୍କାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ସୂଚନା ଯେ, ପାରିପରା ଗାଁର ବିଜୟ ସେଠୀ(୫୦) ସକାଳେ କୌଣସି କାମରେ ରେଳ ଧାରଣା ପାର ହେଉଥିବା ବେଳେ ଏକ ଟ୍ରେନ୍ ତାଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତକରି ଏକ ମାମଲା ରୁଜୁକରି ଶବ ବ୍ୟବଛେଦ କରାଇଛି।