ଘଟଣା ଓ ଦୁର୍ଘଟଣା

ପଥଚାରୀଙ୍କୁ ପଛରୁ ଧକ୍କା ଦେଲା ବାଇକ୍, ହସ୍ପିଟାଲରେ ମୃତ

By Angul TV Bureau

December 04, 2023

ଅନୁଗୁଳ: ବାଇକ ଧକ୍କାରେ ପଥଚାରୀଙ୍କ ମୃତ୍ୟୁ। ଅନୁଗୁଳ ଜିଲ୍ଲା ମହୀଧରପୁରରୁ ବନ୍ତଳା ରାସ୍ତାରେ ମହିଧରପୁର ଗାଁର ଶମ୍ଭୁ ସାହୁ (୫୫) ଚାଲିଚାଲି ଯାଉଥିବା ବେଳେ ତାଙ୍କୁ ପଛରୁ ଏକ ବାଇକ୍ ଧକ୍କା ଦେଇଥିଲା। ଫଳରେ ସେ ରାସ୍ତାରେ ଛିଟିକି ପଡ଼ିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି।