ଅନୁଗୁଳ : ସ୍ଥାନୀୟ କୁଇଓଠାରେ ଏକ ସଡ଼କ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି।
ସୂଚନା ଅନୁସାରେ, ତାଳଚେର ଅନନ୍ତବେରଣୀର ସଚିନ ନାୟକ ତାଙ୍କ ଦୁଇ ପୁତୁରାଙ୍କ ସହ କୌଣସି କାମରେ ଏକ ମାରୁତି କାର ଯୋଗେ ଅନୁଗୁଳ ଆସୁଥିଲେ। କୁଇଓ ନିକଟରେ କାରଟି ଭାରସାମ୍ୟ ହରାଇ ଏକ ଗଛରେ ପିଟି ହେଇ ରାସ୍ତା ତଳକୁ ଓଲଟି ପଡିଥିଲା। ଘଟଣାସ୍ଥଳରେ ସଚିନଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ ପୁତୁରା ଗୁରୁତର ହୋଇଛନ୍ତି। ସ୍ଥାନୀୟ ଲୋକଙ୍କ ସହାୟତାରେ ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସଦର ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଥିଲା। ବ୍ୟବଚ୍ଛେଦ ପରେ ଶବକୁ ପରିବାରକୁ ହସ୍ତାନ୍ତର କରାଯାଇଛି।