ଘଟଣା ଓ ଦୁର୍ଘଟଣା

ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଶ୍ୱଶୁର ଘରେ ଚାଲିଗଲା ଜ୍ୱାଇଁ ଜୀବନ

By Angul TV Bureau

July 03, 2022

ଅନୁଗୁଳ: ଶ୍ୱଶୁର ଘରେ ଚାଲିଗଲା ଜ୍ୱାଇଁ ଜୀବନ। ଏମିତି ଅଭାବନୀୟ ଘଟଣା ଘଟିଛି ପାଳଲହଡା ବ୍ଲକ ପେଚାମୁଣ୍ଡି ପଞ୍ଚାୟତ ଶ୍ୟାମସୁନ୍ଦରପୁର ଗାଁରେ।

ସୂଚନା ମୁତାବକ, କେନ୍ଦୁଝର ଅଞ୍ଚଳର ନିରଞ୍ଜନ ବାରିକ ଶ୍ୱଶୁର ଘର ଶ୍ୟାମସୁନ୍ଦରପୁରକୁ ବୁଲିବାକୁ ଆସିଥିଲେ। ଏହି ସମୟରେ ସେ ଘର ନିକଟରେ ଥିବା ବିଦ୍ୟୁତ୍ ଖୁଣ୍ଟରେ ଲାଗିଥିବା ଏକ ଷ୍ଟେ ତାରକୁ ଧରି ନେଇଥିଲେ। ଫଳରେ ତାଙ୍କୁ ବିଦ୍ୟୁତ ଆଘାତ ଲାଗିଥିଲା। ସ୍ଥାନୀୟ ଲୋକେ ଏହା ଦେଖିବା ପରେ ବିଦ୍ୟୁତ ସରବରାହ ବନ୍ଦ କରି ତାଙ୍କୁ ଉଦ୍ଧାର କରିଥିଲେ। ଗୁରୁତର ଅବସ୍ଥାରେ ନିରଞ୍ଜନଙ୍କୁ ପାଳଲହଡା ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ପାଳଲହଡା ପୁଲିସ ପହଞ୍ଚି ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ପରେ ଶବକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।