ଘଟଣା ଓ ଦୁର୍ଘଟଣା

ଛାତ ଉପରେ ଠିଆ ହୋଇଥିବା ବେଳେ ପଡ଼ିଲା ଘଡ଼ଘଡ଼ି, ଛାତ୍ର ମୃତ

By Angul TV Bureau

June 03, 2023

ଖମାର: ପାଳଲହଡା ବ୍ଲକ ଅନ୍ତର୍ଗତ ଖମାର ପଞ୍ଚାୟତର ଖମାର ବଜାରରେ ଆଜି ଅପରାହ୍ନରେ ବଜ୍ରପାତରେ ଜଣଙ୍କ ମୃତ୍ୟୁ ହୋଇଛି।

ସୂଚନା ମୁତାବକ, ଆଜି ଅପରାହ୍ନରେ ଖମାର ଅଞ୍ଚଳରେ ଝଡ଼ ତୋଫାନ ହୋଇଥିଲା। ସେହି ସମୟରେ ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ ଦଣ୍ଡାଶିଂଗା ଗ୍ରାମର ଶ୍ରୀକର ବେହେରାଙ୍କ ପୁଅ ଅମ୍ବର ବେହେରା (୨୧) ଛାତ ଉପର ଛିଡା ହୋଇଥିବା ସମୟରେ ହଠାତ୍ ବଜ୍ରପାତ ହୋଇଥିଲା। ଗୁରୁତର ଅବସ୍ଥାରେ ଅମ୍ବରକୁ ଖମାର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ଖମାର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।