ଅନୁଗୁଳ: ଅନୁଗୁଳ ସଦର ଥାନା ଅନ୍ତର୍ଗତ ବେନ୍ତପୁର ନୂଆ ବ୍ରିଜ ନିକଟରେ ଛିଡା ହୋଇ ଥିବା ହାଇୱାକୁ ଏକ ବାଇକ ଧକ୍କା ଦେବା ଫଳରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଦେଲେ ଜଣେ ଗୁରୁତର ହୋଇଛନ୍ତି।
ସୂଚନା ମୁତାବକ, ବଅଁରପାଳ ଥାନା ଅଧୀନସ୍ଥ ତୁଳସୀପାଳ ଗ୍ରାମର ଦୁଇ ଭାଇ ହେଉଛନ୍ତି ରାଜେନ୍ଦ୍ର ସାହୁ (୨୫) ଏବଂ ଜିତେନ୍ଦ୍ର ସାହୁ (୩୨)। ଜିତେନ୍ଦ୍ରଙ୍କ ଆଖିରେ ଧାନ କେଣ୍ଡା ବାଜି ଥିବାରୁ ସାନ ଭାଇ ରାଜେନ୍ଦ୍ରଙ୍କୁ ସାଥିରେ ନେଇ ସେ ବାଇକ୍ ଯୋଗେ ଅନୁଗୁଳ ଆସି ଡାକ୍ତର ଦେଖାଇ ବାଇପାସ୍ ରାସ୍ତାରେ ଫେରୁଥିଲେ। ବେନ୍ତପୁର ନୂଆ ବ୍ରିଜ ନିକଟରେ ରାସ୍ତା କଡରେ ଛିଡା ହୋଇଥିବା ଏକ ହାଇୱା ପଛରେ ବାଇକ୍ ଧକ୍କା ହୋଇଥିଲା। ଫଳରେ ଦୁଇ ଭାଇ ଗୁରୁତର ହୋଇ ପଡ଼ିଥିଲେ। ସ୍ଥାନୀୟବାସୀ ଆମ୍ବୁଲାନ୍ସକୁ ଫୋନ କରିଥିଲେ ମଧ୍ୟ ଆମ୍ବୁଲାନ୍ସ ପହଞ୍ଚିବାକୁ ବିଳମ୍ବ ହେବାରୁ ବାଧ୍ୟ ହୋଇ ପରିବାର ଲୋକ ଏବଂ ସ୍ଥାନୀୟ ବାସୀ ଦୁଇ ଭାଇକୁ କାର ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନେଇଥିଲେ। ସେଠାରେ ରାଜେନ୍ଦ୍ରଙ୍କୁ ଡାକ୍ତର ମୃତ ଘୋଷଣା କରି ଥିବା ବେଳେ ଜିତେନ୍ଦ୍ରଙ୍କ ଅଣ୍ଟା, ଗୋଡ଼ ମୁଣ୍ଡରେ ଗଭୀର ଆଘାତ ଲାଗିଛି।