ଘଟଣା ଓ ଦୁର୍ଘଟଣା

ବାଇକ ସହ ଟାଟା ଏସିଇ ଧକ୍କା, ଜଣେ ମୃତ

By Angul TV Bureau

June 05, 2022

ଅନୁଗୁଳ: ସ୍ଥାନୀୟ ବଅଁରପାଳ ବ୍ଲକ ଅନ୍ତର୍ଗତ ଫୁଲପଡ଼ା କମାର ଶାଳ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ତଳମୂଳ ଅଞ୍ଚଳର ରଞ୍ଜିତ କୁମାର ଦାସ (୪୦) ବୋଲି ଜଣାଯାଇଛି।

ସୂଚନା ଅନୁଯାୟୀ, ରଞ୍ଜିତ ଅନୁଗୁଳ ବଜାର ସ୍ଥିତ ବାଜାର କୋଲକାତାରେ କାମ କରନ୍ତି। ସେ ଆଜି ସକାଳୁ ଘରୁ କାମକୁ ଆସୁଥିଲେ। ଏହି ସମୟରେ ତାଙ୍କ ବାଇକ ଓ ଟାଟା ଏସିଇ ମଧ୍ୟରେ ଦୁର୍ଘଟଣା ଘଟି ଘଟଣା ସ୍ଥଳରେ ତାଙ୍କ ମୃତ୍ୟୁ ହୋଇଥିଲା। ଫଳରେ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଦେଖା ଦେଇଥିଲା। ଉତ୍ତ୍ୟକ୍ତ ଲୋକେ ରାସ୍ତା ଅବରୋଧ କରିଥିଲେ। ଖବର ପାଇ ବଅଁ‌ରପାଳ ତହସିଲଦାର ଓ ମହିଧରପୁର ଫାଣ୍ଡି ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କଲା ପରେ ରାସ୍ତାରୋକ ହଟିଥିଲା।