ଘଟଣା ଓ ଦୁର୍ଘଟଣା

ଗାଧୋଇ ସାରି ଫେରୁଥିବା ବେଳେ ଧକ୍କା ଦେଲା ବାଇକ୍, ଜଣେ ମୃତ

By Angul TV Bureau

May 05, 2023

ଅନୁଗୁଳ : ଅନୁଗୁଳ ଜିଲ୍ଲା ବିମଳବେଡା ଗାଁରେ ବାଇକ ଧକ୍କାରେ ଜଣଙ୍କ ମୃତ୍ୟୁ ହୋଇଛି।

ସୂଚନା ମୁତାବକ, ଗତକାଲି ରାତିରେ ବାଲିପଟା ଅଞ୍ଚଳର ଜଣେ ବ୍ୟକ୍ତିଙ୍କୁ ସାପ କାମୁଡ଼ା ଥିବାରୁ ତାଙ୍କୁ ବାଇକ୍ ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଉଥିଲା। ଏହି ସମୟରେ ବିମଳବେଡା ଗ୍ରାମର ମୁକୁନ୍ଦ ବେହେରାଙ୍କ ପୁଅ ଭିକାରୀ ପୋଖରୀରୁ ଗାଧୋଇ ଫେରୁଥିବା ବେଳେ ତାଙ୍କୁ ସେହି ବାଇକ୍ ଧକ୍କା ଦେଇଥିଲା। ତିନି ଜଣଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଭିକାରୀ ବେହେରାଙ୍କ ମୃତ୍ୟୁ ହୋଇଛି। ଅନ୍ୟ ଦୁଇ ବାଇକ୍ ଆରୋହୀଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ କଟକ ଚିକିତ୍ସାଳୟକୁ ପଠାଯାଇଛି।

ଖବର ପାଇ ପୋଲିସ ପହଞ୍ଚି ଭିକାରୀ ବେହେରାଙ୍କ ଶବକୁ ବ୍ୟବଚ୍ଛେଦ କରାଇ ପରିବାରକୁ ହସ୍ତାନ୍ତର କରିଛି।