ଘଟଣା ଓ ଦୁର୍ଘଟଣା

ସାପ କାମୁଡ଼ାରେ ଯୁବକଙ୍କ ମୃତ୍ୟୁ

By Angul TV Bureau

June 15, 2024

 

ଅନୁଗୁଳ: ଅନୁଗୁଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ରନ୍ତଲେଇ ଗ୍ରାମରେ ସାପ କାମୁଡ଼ାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ସୂଚନାଯୋଗ୍ୟ, ରନ୍ତଲେଇ ଗ୍ରାମର ଘନଶ୍ୟାମ ବେହେରାଙ୍କ ପୁଅ ବିନୋଦ କୁମାର ବେହେରା(୩୩) ଗତ କାଲି ରାତିରେ ଘରେ ଖାଇ ସାରି ଶୋଇ ଥିଲେ।

ରାତି ପ୍ରାୟ ୪ ବେଳେ କଣ ଗୋଟେ କାମୁଡ଼ି ଦେଲା ବୋଲି ସେ ଘରେ କହିଥିଲେ। ତୁରନ୍ତ ତାଙ୍କୁ ଅଟୋ ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଆଜି ଚିକିତ୍ସାଧୀନ ଅବସ୍ଥାରେ ବିନୋଦକୁ ଡାକ୍ତର ମୃତ ଘୋଷଣା କରିଛନ୍ତି। ଶବ ବ୍ୟବଚ୍ଛେଦ ପରେ ମୃତ ଦେହକୁ ପରିବାରକୁ ହସ୍ତାନ୍ତର କରାଯାଇଛି।