ମୁଖ୍ୟ ଖବର

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ଜଣେ ମୃତ, ଜଣେ ଗୁରୁତର

By Angul TV Bureau

March 04, 2024

ଅନୁଗୁଳ: ଅନୁଗୁଳ ସଦର ଥାନା ଅନ୍ତର୍ଗତ କୁମଣ୍ତ ଠାରେ ଟ୍ରାକ୍ଟର ଧକ୍କାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ସୂଚନା ମୁତାବକ, ଆଜି ସକାଳେ ରାଜକିଶୋରପଡାର ରାକେଶ ମହାପାତ୍ର (୨୬) ଏବଂ କେନ୍ଦ୍ରାପଡା ଅଞ୍ଚଳର ଦିବ୍ୟଜ୍ୟୋତି ନାୟକ (୨୭) ବୁଲେଟ ଯୋଗେ ମୋନେଟକୁ କାର୍ଯ୍ୟ କରିବା ପାଇଁ ଯାଉଥିବା ବେଳେ କୁମଣ୍ଡ ଠାରେ ସାମ୍ନା ପଟରୁ ଆସୁଥିବା ଏକ ଟ୍ରାକ୍ଟର ସହ ଧକ୍କା ହୋଇଥିଲେ। ଫଳରେ ଘଟଣାସ୍ଥଳରେ ରାକେଶଙ୍କ ମୃତ୍ୟୁ ହୋଇଥିଲା। ଦିବ୍ୟଜ୍ୟୋତିଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟବାସୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଏ ପଟେ ସ୍ଥାନୀୟ ବାସୀ ଏବଂ ପରିବାର ଲୋକେ କ୍ଷତି ପୂରଣ ପାଇଁ ରାସ୍ତା ଅବରୋଧ କରିଛନ୍ତି। ଖବର ପାଇ ସଦର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଅନ୍ୟପଟେ ଟ୍ରାକ୍ଟର ଡ୍ରାଇଭର ଫେରାର୍ ହେଇଯାଇଥିବା ପୋଲିସ ସୂଚନା ଦେଇଛି।