ଘଟଣା ଓ ଦୁର୍ଘଟଣା

ଟ୍ରକ୍ ଚାପାରେ ସାଇକେଲ ଆରୋହୀଙ୍କ ମୃତ୍ୟୁ, ଡ୍ରାଇଭରକୁ ଉତ୍ତମ ମଧ୍ୟମ ଦେଲେ ସ୍ଥାନୀୟ ଲୋକ

By Angul TV Bureau

September 02, 2023

ତାଳଚେର: ତାଳଚେର ୧୪୯ ନମ୍ୱର ଜାତୀୟ ରାଜପଥର ବହ୍ଲର ଛକ ନିକଟରେ ଟ୍ରକ ଚାପାରେ ଜଣେ ସାଇକେଲ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ସନ୍ଥପଡ଼ା ଗ୍ରାମର ୭୪ ବର୍ଷୀୟ ଗୋବର୍ଦ୍ଧନ ସାମଲ (ଗୁବୁରି)।

ସୂଚନା ଅନୁସାରେ, ଗୋବର୍ଦ୍ଧନ ତାଙ୍କ କୁକୁଡ଼ା ଦୋକାନରୁ ସାଇକେଲ ଯୋଗେ ଘରକୁ ଯାଉଥିବା ବେଳେ ଏକ ଟ୍ରକ୍(ଓଡି ୩୫ଜି ୩୦୫୩) ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ଗୋବର୍ଦ୍ଧନଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣାକୁ ନେଇ ଚାପା ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ଟ୍ରକ୍ ଚାଳକକୁ ସ୍ଥାନୀୟ ଲୋକେ ଉତ୍ତମ ମଧ୍ୟମ ଦେଇଥିବାର ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ୍ ହେଉଛି। ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଥିବା ଜଣାଯାଇଛି।