ଘଟଣା ଓ ଦୁର୍ଘଟଣା

ମୋବାଇଲ ଚୋରକୁ ଧରି ନିର୍ଦ୍ଧୁମ୍ ପିଟିଲେ ଲୋକେ, ଭିଡ଼ରେ ନିୟମିତ କରୁଥିଲା ଲୁଟ୍

By Biswaranjan Pattnaik

October 12, 2022

ଅନୁଗୁଳ: ପରିବା ମାର୍କେଟରେ ମୋବାଇଲ ଚୋରି କରୁଥିବା ଏକ ଚୋରକୁ ଧରି ନିର୍ଦ୍ଧୁମ୍ ପିଟିଲେ ସ୍ଥାନୀୟ ଲୋକେ। ଏହି ଚୋର ବିଶେଷ କରି ମାର୍କେଟ ଭିତରେ ଭିଡ ଦେଖି ଲୋକଙ୍କ ମୋବାଇଲ ଚୋରି କରୁଥିଲା।

ଅଭିଯୁକ୍ତ ହେଉଛି ଅନୁଗୁଳ ନାଖରା ସାହି ଅଞ୍ଚଳର ସୋନାଲି ସଙ୍ଖାଳି (୨୪)। ମଙ୍ଗଳବାର ରାତିରେ ସେ ବୁଢ଼ୀ ଠାକୁରାଣୀ ମନ୍ଦିର ନିକଟରେ ରହୁଥିବା ଜଣେ ଶ୍ରମିକଙ୍କ ଠାରୁ ମୋବାଇଲ ନେଇ ପଳାଇଥିଲା। ଶ୍ରମିକମାନେ ସୋନାଲିକୁ ଅନୁସରଣ କରି କରି ଆଜି ସକାଳେ ଧରିଥିଲେ। ସେମାନେ ତାକୁ ଧରି ନିସ୍ତୁକ ପିଟିବା ସହ ଥାନା ଜିମା ଦେଇଥିବା ଜଣାଯାଇଛି।