ଘଟଣା ଓ ଦୁର୍ଘଟଣା

ବସ୍ ହକର ନଈରେ ଭାସିଗଲେ

By Biswaranjan Pattnaik

March 24, 2023

ଅନୁଗୁଳ: ଅନୁଗୋଳ ହେମସୁରପଡ଼ା ନିବାସୀ ଟୁଲୁ ରାଉତରାୟ ନାମକ ଜଣେ ଯୁବକ ଗୁରୁବାର ଅପରାହ୍ନରେ ମହାନଦୀରେ ଭାସିଯାଇ ମୃତ୍ୟୁ ବରଣ କରିଛନ୍ତି। ସେ ଅନୁଗୁଳ ବସ୍ ଷ୍ଟାଣ୍ଡରେ ହକରିଂ କରୁଥିଲେ ବୋଲି ଜଣା ପଡିଛି। ତେବେ କାହିଁକି ବଉଦ ଜିଲ୍ଲାର ମହାନଦୀ ଘାଟକୁ ଯାଇଥିଲେ ତାହା ଜଣା ପଡିନାହିଁ। ଅପରାହ୍ନରେ ଶବ ଭାସିବାରୁ ସ୍ଥାନୀୟ ଲୋକେ ବଉଦ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଶବ ବ୍ୟବଚ୍ଛେଦ ପରେ ଆଜି ଅନୁଗୁଳ କରଡ଼ାଗାଡିଆ ସ୍ଥିତ ଶ୍ମଶାନରେ ତାଙ୍କ ଶେଷ କୃତ୍ୟ ସଂପନ୍ନ ହୋଇଛି।