ଘଟଣା ଓ ଦୁର୍ଘଟଣା

ଭାଲୁ ଆକ୍ରମଣରେ ଗାଈ ଚରାଳି ଗୁରୁତର

By Biswaranjan Pattnaik

August 24, 2022

ଅନୁଗୁଳ: ବୁଧବାର ଅପରାହ୍ନରେ କିଶୋରନଗର ଥାନା ବାମୁର ପଞ୍ଚାୟତ ଅନ୍ତର୍ଗତ ଲାଂଚି ଗାଁରେ ଭାଲୁ ଆକ୍ରମଣରେ ଜଣେ ଗୁରୁତର ଆହତ ହୋଇଛି।

ସୂଚନା ଯେ, ଲାଂଚି ଗାଁର ଭଗବାନ ବେହେରା(୪୬) ସବୁଦିନ ଭଳି ଘର ପାଖ ଜଙ୍ଗଲକୁ ଗାଈ ଚରାଇବାକୁ ଯାଇଥିବା ବେଳେ ଅପରାହ୍ନ ପ୍ରାୟ ସାଢ଼େ ବାରଟା ବେଳକୁ ଦୁଇଟି ଭାଲୁ ହଠାତ ଭଗବାନକୁ ଆକ୍ରମଣ କରିଥିଲେ।ଭାଲୁ ଆକ୍ରମଣରେ ଭଗବାନଙ୍କ ମୁଣ୍ଡ, ମୁହଁ, ହାତ, ଗୋଡ଼ରେ ଗଭୀର କ୍ଷତ ହୋଇଥିଲା। ତାଙ୍କର ପାଟି ଶୁଣି ଅନ୍ୟ ଗାଈ ଚରାଳି ମାନେ ଗାଁରେ ଖବର ଦେଇଥିଲେ। ଗାଁ ଲୋକେ ଠେଙ୍ଗାବାଡି ଧରି ଜଙ୍ଗଲରୁ ଭଗବାନଙ୍କୁ ଉଦ୍ଧାର କରି ଅନୁଗୁଳ ଡାକ୍ତର ଖାନାରେ ଭର୍ତି କରାଇଥିଲେ। ସେଠାରେ ତାଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ଯିବା ପାଇଁ ପରାମର୍ଶ ଦିଆଯାଇଛି।