ଅନୁଗୁଳ: ତାଳଚେର ଦେଉଳବେଡା କଲୋନୀରୁ ଅବକାରୀ ବିଭାଗ ୧୮ ଗ୍ରାମ ବ୍ରାଉନସୁଗାର ଜବତ କରିଥିବା ବେଳେ ଜଣେ ମହିଳାଙ୍କୁ ଗିରଫ କରିଛି।
ଗିରଫ ମହିଳା ଜଣଙ୍କ ହେଲେ ଦେଉଳବେଡାର ସାଲିମା ବେଗମ। ଜବତ ବ୍ରାଉନସୁଗାରର ମୂଲ୍ୟ ପ୍ରାୟ ଏକ ଲକ୍ଷ ୮୦ ହଜାର ଟଙ୍କା ହେବ। ସୂଚନା ଅନୁସାରେ, ତାଳଚେର ଅଞ୍ଚଳରେ ବ୍ରାଉନସୁଗାର କାରବାର ବ୍ଯାପକ ହେଉଥିବା ଅଭିଯୋଗ ପାଇ ଅବକାରୀ ବିଭାଗ ପକ୍ଷରୁ କଡା ନଜର ରଖାଯାଇଛି। ଦେଉଳବେଡାର ସାଲିମା ବେଗମ ଏହି କାରବାରରେ ସମ୍ପୃକ୍ତ ଥିବା ସୂଚନା ଅବକାରୀ ବିଭାଗ ପାଖରେ ଥିଲା। ଆଜି ସାଲିମା ବ୍ରାଉନସୁଗାର ଧରି ଗରାଖ ଅପେକ୍ଷାରେ ଥିବା ବେଳେ ଅନୁଗୁଳ ଅବକାରୀ ବିଭାଗ ମୋବାଇଲ ସ୍କ୍ବାର୍ଡ ତାଙ୍କୁ ମାଡ଼ି ବସିଥିଲା। ଚଢ଼ଉ ବେଳେ ତାଙ୍କ ଠାରୁ ୧୮ ଗ୍ରାମ ଧଳା ଜହର ଜବତ ହୋଇଥିବା ଜଣାଯାଇଛି।