ମୁଖ୍ୟ ଖବର

ଡିକି ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟ, ଘର ତିଆରି ପାଇଁ ବ୍ୟାଙ୍କରୁ ଉଠାଇ ଫେରୁଥିଲେ…

By Angul TV Bureau

June 19, 2025

ଅନୁଗୁଳ: ଅନୁଗୁଳ ଜିଲ୍ଲା ଜରପଡ଼ା ଅଞ୍ଚଳର ଜଣେ ଯୁବକଙ୍କ ବାଇକ ଡିକି ଭାଙ୍ଗି ଟଙ୍କା ଲୁଟ ହୋଇଛି। ଏମେଇ ସେ ଥାନାରେ ଅଭିଯୋଗ କରିଛନ୍ତି।

ସୂଚନା ମୁତାବକ, ଜରପଡ଼ା ଥାନା ଜରଡ଼ା ଗାଁର ରଞ୍ଜନ କୁମାର ସାହୁ ତାଙ୍କ ଘର କାମ ପାଇଁ ଆଜି ଷ୍ଟେଟ୍ ବ୍ୟାଙ୍କ ଅଫ ଇଣ୍ଡିଆରୁ ୧ଲକ୍ଷ ୧୯ ହଜାର ଟଙ୍କା ଉଠାଇଥିଲେ। ସେହି ଟଙ୍କାକୁ ତାଙ୍କ ବାଇକ୍ (ଓଡି-୧୯-୫୯୧୫)ର ଡିକିିରେ ରଖି ଗାଁକୁ ଫେରୁଥିଲେ। ହୁଲୁରିସିଂହା ନିକଟରେ ଥିବା ଏକ ଦୋକାନରୁ କିଛି ସାମଗ୍ରୀ କିଣିବାକୁ ଅଟକିଥିଲେ। ସେ ଦୋକାନରେ କିଣାକିଣି କରୁଥିବା ବେଳେ ତାଙ୍କୁ ପିଛା କରୁଥିବା ଲୁଟେରା ବାଇକ୍ ଡିକି ଭାଙ୍ଗି ସବୁତକ ଟଙ୍କା ନେଇ ପଳାଇଥିଲେ। ଦୋକାନରୁ ଫେରି ରଞ୍ଜନ ଏନେଇ ଜାଣିବାକୁ ପାଇଥିଲେ। ସେ ଦୋକାନରେ ଲାଗିଥିବା ସିସିଟିଭି କ୍ୟାମେରା ଯାଞ୍ଚ କରିବାରୁ ଦୁଇ ଜଣ ଦୁର୍ବୃତ୍ତ ବାଇକରେ ଆସି ଏହି ଲୁଟ୍ କରିଥିବା ଜାଣିଥିଲେ। ରଞ୍ଜନ ଏ ସମ୍ପର୍କରେ ଟାଉନ୍ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ତଦନ୍ତ କରୁଥିବା ଜଣାଯାଇଛି।