ଘଟଣା ଓ ଦୁର୍ଘଟଣା

ପିକଅପ ଭ୍ୟାନ ସହ ବାଇକ୍ ମୁହାଁମୁହିଁ ଧକ୍କା, ଆରୋହୀ ମୃତ

By Sanjeeb Biswal

March 01, 2023

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ଜିନ୍ଦଲ କାରଖାନା ନିକଟରେ ପିକଅପ୍ ଭ୍ୟାନ ସହିତ ବାଇକ୍ ମୁହାଁମୁହିଁ ଧକ୍କା ହେବା ଯୋଗୁଁ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି।

ସୂଚନା ମୁତାବକ, ଆଜି ମଧ୍ୟାହ୍ନରେ ବାଗେଡ଼ିଆ ଥାନା ରାଇପାଳ (ଖଇରବେରେଣି)ର ଚନ୍ଦ୍ରମଣି ସାହୁଙ୍କ ପୁଅ ନିରଞ୍ଜନ (୩୬) ବାଇକ୍ ( OD19J 8059) ଯୋଗେ ଅନୁଗୁଳରୁ ଘରକୁ ଫେରୁଥିଲେ। ଜିନ୍ଦଲ ମେଟିରିଆଲ ଗେଟ ନିକଟରେ ସାମ୍ନାରୁ ଆସୁଥିବା ଏକ ପିକଅପ ଭ୍ୟାନ (OD19 T 0717) ସହିତ ତାଙ୍କର ମୁହାଁମୁହିଁ ଧକ୍କା ହୋଇଥିଲା। ଗୁରୁତର ଅବସ୍ଥାରେ ନିରଞ୍ଜନଙ୍କୁ ନିଶା ପୋଲିସ ଉଦ୍ଧାର କରି ଅନୁଗୁଳ ମୁଖ୍ୟ ଡାକ୍ତରଖାନାକୁ ପଠାଇଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷିତ କରିଥିଲେ।

ସୂଚନାଯୋଗ୍ୟ ଯେ ମୃତ ନିରଞ୍ଜନ ଆଠମଲ୍ଲିକ ମାଧପୁର ମେଡ଼ିକାଲରେ ଫାର୍ମାସିଷ୍ଟ ଭାବେ କାର୍ଯ୍ୟ କରୁଥିଲେ। ପୋଲିସ ଶବକୁ ଜବତ କରି ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।