ଘଟଣା ଓ ଦୁର୍ଘଟଣା

ମହିମା ଧର୍ମରେ ପ୍ରଣାମ କରିବା ବେଳେ ଧକ୍କା ଦେଲା ଗାଡ଼ି, ବୃଦ୍ଧ ମୃତ

By Sanjeeb Biswal

February 14, 2023

ଅନୁଗୁଳ: ସ୍ଥାନୀୟ ଛେଣ୍ଡିପଦା ନିଶା ଶିଳ୍ପାଞ୍ଚଳ ଥାନା ରାଇଝରଣ ଗୁଳା ଗାଡିଆ ନିକଟରେ ଅଜଣା ଗାଡ଼ି ଧକ୍କାରେ ସୋମବାର ଜଣଙ୍କର ମୃତ୍ୟୁ ଘଟିଛି। ସୂଚନା ମୁତାବକ, ଗୁଳା ଗାଡ଼ିଆର ଦୀନ ବନ୍ଧୁ ଦେହୁରୀ ( ୭୦) ସନ୍ଧ୍ୟାରେ ଘର ସାମ୍ନା ୬୩ ନମ୍ବର ରାଜ୍ୟ ରାଜପଥ ନିକଟରେ ଅଲେଖ ମହିମା ଧର୍ମ ପାଳନ କରିବା ସମୟରେ ଏକ ଅଜଣା ଗାଡ଼ି ତାଙ୍କୁ ପଛପଟୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ଦୀନବନ୍ଧୁଙ୍କ ମୃତ୍ୟୁ ହୋଇଥିଲା। ଖବର ପାଇ ନିଶା ଶିଳ୍ପାଞ୍ଚଳ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଚଳାଇଛି।