ଅନୁଗୁଳ: ଅନୁଗୁଳ ଉଚ୍ଚ ବିଦ୍ୟାଳୟ ରାତି ଜଗୁଆଳୀଙ୍କ ଘରୁ ଶନିବାର ବିଳମ୍ବିତ ରାତିରେ ଚୋରି କରିଥିବା ଅଭିଯୋଗରେ ପୁଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ସୂଚନା ମୁତାବକ, ଅନୁଗୁଳ ଉଚ୍ଚ ବିଦ୍ୟାଳୟର ରତି ଜଗୁଆଳି ସରୋଜ କୁମାର ମୁଖୀ ରାତିରେ ବିଦ୍ୟାଳୟରେ ପହରା ଦେଉଥିବା ସମୟରେ ତାଙ୍କ ସରକାରୀ ବାସଭବନରେ ପଶି ପାରାଦିପ ଅଞ୍ଚଳର ପ୍ରହଲାଦ ମହାନ୍ତି(୨୩) ଜିନିଷପତ୍ର ଚୋରିକରି ନେଉଥିବା ଦେଖିବାକୁ ପାଇଲେ। ସରୋଜ ଚୋରର ପିଛାକରି ତାଙ୍କୁ କାବୁ କରିଲେ। ପରେ ପୁଲିସକୁ ହସ୍ତାନ୍ତର କରିଲେ। ଏ ନେଇ ପୁଲିସ ଏକ ମାମଲା ରୁଜୁକରି ଅଭିଯୁକ୍ତ ପ୍ରହଲାଦଙ୍କୁ ଆଜି କୋର୍ଟ ଚାଲାଣ କରିଛି।