ଘଟଣା ଓ ଦୁର୍ଘଟଣା

କାମରୁ ଫେରିବା ବେଳେ ଦୁର୍ଘଟଣା: ଅଜଣା ଗାଡ଼ି ଧକ୍କାରେ ଜଣେ ମୃତ

By Angul TV Bureau

May 16, 2024

ଅନୁଗୁଳ: ଅଜଣା ଗାଡ଼ି ଧକ୍କାରେ ଗୋପାଳପ୍ରସାଦ ଥାନା ଅନ୍ତର୍ଗତ କଳମଛୁଇଁ ଗ୍ରାମର ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ କହ୍ନେଇ ନାଏକଙ୍କ ପୁଅ ପଞ୍ଚାନନ ନାଏକ (୪୫)।

ସୂଚନା ମୁତାବକ, ପଞ୍ଚାନନ ମଙ୍ଗଳବାର ରାତି ୧୧ଟା ସମୟରେ କାମ ସାରି ଘରକୁ ଫେରୁଥିବା ବେଳେ ଗୋପାଳପ୍ରସାଦ ଠାରେ ଏକ ଅଜଣା ଗାଡ଼ି ତାଙ୍କୁ ଧକ୍କା ଦେଇ ଫେରାର ହୋଇଯାଇଥିଲା। ପଞ୍ଚାନନ ରାସ୍ତା ଉପରେ ଛିଟିକି ପଡ଼ିଥିଲେ। ସେଠାରୁ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଥିଲା। ଡାକ୍ତରଖାନା କର୍ତ୍ତୃପକ୍ଷ ଥାନାରେ ଜଣାଇବା ପରେ ପୋଲିସ ପହଞ୍ଚି ଶବ ବ୍ୟବଚ୍ଛେଦ କରି ଘର ଲୋକଙ୍କୁ ହସ୍ତାନ୍ତର କରିଛି। ଏ ନେଇ ଥାନାରେ ଅଭିଯୋଗ ହୋଇନଥିବା ଜଣାଯାଇଛି।