ଘଟଣା ଓ ଦୁର୍ଘଟଣା

ଗାଧୋଇ ଯିବା ହେଲା କାଳ: କେନାଲରେ ବୁଡ଼ି ଜଣେ ମୃତ

By Angul TV Bureau

August 13, 2025

ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ସମଲ ଥାନା ସମଲ ବ୍ୟାରେଜ ଲେଫ୍ଟ କେନାଲର କୁଲେଇ ଗ୍ରାମରେ ଠାରେ ବୁଧବାର ଗାଧୋଇବା ବେଳେ ପାଣିରେ ବୁଡ଼ି ଜଣକର ମୃତ୍ୟୁ ହୋଇଛି। ମୃତ ବ୍ୟକ୍ତି ହେଉଛନ୍ତି ଗ୍ରାମର ହରିଆ ଦେହୁରୀ (୬୦)।

ହରିଆ ଦିନ ସାଢ଼େ ଗୋଟେ ବେଳକୁ କେନାଲକୁ ଗାଧୋଇବା ପାଇଁ ଯାଇଥିଲେ। ଗାଧୋଇବା ବେଳେ ଗାଧୁଆ ତୁଠରେ ଥିବା ପାହାଚରେ ଗୋଡ଼ ଖସି ଯିବାରୁ ପାଣି ଭିତରକୁ ପଡ଼ିଯାଇ ବୁଡ଼ି ଯାଇଥିଲେ। ପାଖରେ ଥିବା ଲୋକ ଦେଖି ଆସି ଖୋଜାଖୋଜି କରିବା ପରେ ଅପରାହ୍ନ ପ୍ରାୟ ତିନିଟା ବେଳକୁ ତାଙ୍କୁ ପାଣିରୁ କାଢ଼ିଥିଲେ। କଣିହାଁ ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ତାଙ୍କୁ ଗୋଡ଼ିବନ୍ଧ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିବା ବେଳେ ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ ତାଳଚେର ଉପଖଣ୍ଡ ଚିକିତ୍ସାଳୟକୁ ପଠାଯାଇଛି। ଏନେଇ ସମଲ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।