ଘଟଣା ଓ ଦୁର୍ଘଟଣା

ଗୋଖର ଚୋଟରେ ସାପ ଧରାଳି ଗୁରୁତର

By Biswaranjan Pattnaik

July 15, 2022

ଅନୁଗୁଳ: ଅନୁଗୁଳ ମଦନମୋହନ ପଡ଼ାର ଜଣେ ସାପ ଧରାଳି ବିଷଧର ଗୋଖର ଚୋଟରେ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, କାଙ୍ଗୁଲା ଗାଁର ଜଣେ ବ୍ୟକ୍ତିଙ୍କ କୁକୁଡ଼ା ଭାଡ଼ିରେ ଗୋଟିଏ ଗୋଖର ସାପ ପଶିଥିଲା ଖବର ପାଇ ଅନୁଗୁଳରୁ ଶେଖ୍ ରାଜା ସାପ ଟିକୁ ଉଦ୍ଧାର କରି ଅନୁଗୁଳ ଆଣୁଥିଲେ। ଅନୁଗୁଳରେ ସାପଟି ବସ୍ତାରେ ଥିବା ଏକ କଣା ଦେଇ ବାହାରିବାକୁ ଉଦ୍ୟମ କରୁଥିଲା। ରାଜା ତେଣୁ ଏକ ପ୍ଲାଷ୍ଟିକ ଜାରରେ ସାପଟିକୁ ପୁରାଉ ଥିବା ବେଳେ ସାପଟି ଖସି ଯାଇ ରାଜାର ମୁହଁକୁ ଦୁଇ ଚୋଟ ମାରିଥଲା।

ସାପ ଚୋଟ ଖାଇ ରାଜା ଛଟପଟ ହେଉଥିବାବେଳେ ସ୍ଥାନୀୟ ଲୋକେ ରାଜାକୁ ଅନୁଗୁଳ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।ଭେଷଜ ବିଶେଷଜ୍ଞ ଡା ଦୀପକ ଗଡ଼ନାୟକ ଏବଂ ସୌମ୍ୟକାନ୍ତ ବିଶୋଇ ତୁରନ୍ତ ରାଜାଙ୍କ ଚିକିତ୍ସା କରିଥିଲେ।ଏବେ ରାଜା କ୍ରମଶଃ ସୁସ୍ଥ ହେଉଥିବା ଜଣା ପଡ଼ିଛି। ବର୍ତ୍ତମାନ ବର୍ଷା ଦିନ ତେଣୁ ସର୍ପାଘାତ ହେଲେ ଝଡ଼ା ଫୁଙ୍କା ନକରି ରୋଗୀଙ୍କୁ ତୁରନ୍ତ ଡାକ୍ତରଖାନା ଆଣିବାକୁ ଡ଼ା ଗଡ଼ନାୟକ ପରାମର୍ଶ ଦେଇଛନ୍ତି।