ଅନୁଗୁଳ : ଅନୁଗୁଳ ଜିଲ୍ଲା ନାଲକୋ ଟାଉନସିପରେ ଦୁର୍ଘଟଣା ଘଟି ଜଣେ ଆହତ ହୋଇଛନ୍ତି। ସୂଚନା ମୁତାବକ, ନାଲକୋ କୋ- ଅପରେଟିଭ୍ ମାର୍କେଟ ଅଞ୍ଚଳରେ ଏକ କାର ଭାରସାମ୍ୟ ହରାଇ ଗଛରେ ପିଟି ହୋଇଯାଇଥିଲା। ଫଳରେ କାର ଚାଳକ ଆହତ ହୋଇଛନ୍ତି। ତାଙ୍କୁ ସଙ୍ଗେ ସଙ୍ଗେ ନାଲକୋ ଡାକ୍ତରଖାନାକୁ ନିଆଯାଇଛି। ସେଠାରେ ତାଙ୍କ ଚିକିତ୍ସା ଚାଲିଛି। ଆହତଙ୍କ ନାଁ ଆଶୁତୋଷ ରଥ ବୋଲି ଜଣାପଡ଼ିଛି।