ଘଟଣା ଓ ଦୁର୍ଘଟଣା

ରାସ୍ତା କଡ଼ ସୁରକ୍ଷା ବାଡ଼ରେ ପିଟି ହୋଇ ବାଇକ ଆରୋହୀ ଗୁରୁତର, ହସ୍ପିଟାଲରେ ଭର୍ତ୍ତି

By Sanjeeb Biswal

July 18, 2023

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ତେନ୍ତୁଲୋଇ ଗାଁ ଦେଇ ଯାଇଥିବା ରାସ୍ତାର ଦଣ୍ଡବାଙ୍କ ଛକ ଠାରେ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱ ସୁରକ୍ଷା ବାଡ଼ରେ ପିଟି ହୋଇ ବାଇକ ଆରୋହୀ ଗୁରୁତର ହୋଇଛନ୍ତି l ଗୁରୁତର ଜଣଙ୍କ ହେଲେ ବାଲିପଟାର ଧନେଶ୍ୱର ବେହେରା l

ସୂଚନା ମୁତାବକ, ଧନେଶ୍ୱର ଛେଣ୍ଡିପଦା ଆସୁଥିବା ବେଳେ ତେନ୍ତୁଲୋଇ ଗ୍ରାମ ଦଣ୍ଡା ବାଙ୍କ ଛକରେ ଭାରସାମ୍ୟ ହରାଇ ସୁରକ୍ଷା ବାଡ଼କୁ ଧକ୍କା ଦେଇଥିଲେ l ସେ ଗାଡ଼ିରୁ ଛିଟିକି ପଡି ରାସ୍ତା କଡ଼ରେ ଅଚେତ ହୋଇ ପଡ଼ିରହିଥିଲେ l ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଛେଣ୍ଡିପଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଇଥିଲେ l ଅବସ୍ଥା ଅଧିକ ଗୁରୁତର ହେବାରୁ ଡାକ୍ତର ଧନେଶ୍ୱରଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଛନ୍ତି l