ଘଟଣା ଓ ଦୁର୍ଘଟଣା

ହାତୀ ଆକ୍ରମଣରେ ଯୁବକ ଗୁରୁତର

By Angul TV Bureau

August 03, 2023

ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅଞ୍ଚଳରେ ହାତୀ ଆକ୍ରମଣରେ ଗୁରୁତର ଥିବା ଯୁବକଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ତାଙ୍କୁ ଗୁରୁତର ଅବସ୍ଥାରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ତାଙ୍କୁ କଟକ ପଠାଇଛନ୍ତି।

ସୂଚନା ମୁତାବକ, ହମାବିରା ଗ୍ରାମର କାଶୀନାଥ ବେହେରାଙ୍କ ପୁଅ ମାନସ ସନ୍ଧ୍ୟାରେ ଗାଁ ପାଖ ଖେଳ ପଡିଆ ପାଖରେ ବୁଲୁଥିବା ବେଳେ ବୁଦା ଭିତରୁ ଏକ ଦନ୍ତା ହାତୀ ତାଙ୍କୁ ଆକ୍ରମଣ କରିଥିଲା। ଫଳରେ ଘଟଣାସ୍ଥଳରେ ମାନସ ଗୁରୁତର ଆହତ ହୋଇ ଥିଲେ। ସ୍ଥାନୀୟ ଲୋକେ ପାଟିତୁଣ୍ଡ କରିବାରୁ ହାତୀଟି ଜଙ୍ଗଲକୁ ଚାଲିଯାଇଥିଲା।

ଗାଁ ଲୋକେ ମାନସଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ହେବାରୁ ଡାକ୍ତର ତାଙ୍କୁ କଟକ ବଡ଼ ଡ଼ାକ୍ତରଖାନାକୁ ନେବାକୁ ପରାମର୍ଶ ଦେଇଛନ୍ତି। ଏହି ଘଟଣା ପରେ ଗାଁରେ ଭୟର ବାତାବରଣ ଦେଖାଦେଇଛି।

ପ୍ରକାଶ, ଏବେ ବି ଗାଁ ପାଖରେ ହାତୀ ପଲ ଥିବାରୁ ଲୋକେ ଭୟଭୀତ ଅବସ୍ଥାରେ ଦିନ କାଟୁଛନ୍ତି।