ମୁଖ୍ୟ ଖବର

ବାଇକ ସହ କଚି ଦେଲା ହାତୀ, ଜଣେ ଗୁରୁତର

By Angul TV Bureau

September 18, 2023

ଅନୁଗୁଳ: ସ୍ଥାନୀୟ ବଅଁରପାଳ ତହସିଲ୍ ଅନ୍ତର୍ଗତ ଗଡସନ୍ତ୍ରୀ ପଞ୍ଚାୟତ ବଡ଼ଖଳି ଗ୍ରାମରେ ହାତୀ ଆକ୍ରମଣରେ ଜଣେ ଗୁରୁତର ହୋଇଛନ୍ତି। ଗୁରୁତର ହେଲେ ଦୁଃଖବନ୍ଧୁ ଭୂତିଆଙ୍କ ପୁଅ ଯୋଗେନ୍ଦ୍ର ଭୂତିଆ।

ସୂଚନା ମୁତାବକ, ସନ୍ଧ୍ୟାରେ ଯୋଗେନ୍ଦ୍ର ନାଲକୋରୁ କାର୍ଯ୍ୟ ସାରି ଘରକୁ ଫେରିବା ବାଟରେ ହାତୀ ପଲଙ୍କ ସହ ମୁହାଁମୁହିଁ ହୋଇଥିଲା। ସେଥିରୁ ଗୋଟିଏ ହାତୀ ତାଙ୍କୁ ବାଇକ୍ ସହ କଚି ଦେଇଥିଲା। ଯୋଗେନ୍ଦ୍ର ଜୀବନ ବିକଳରେ ଘଟଣାସ୍ଥଳରୁ ଦୌଡ଼ି ପଳାଇ ଚିତ୍କାର କରିବାରୁ ଗ୍ରାମବାସୀ ତାଙ୍କୁ ଉଦ୍ଧାର କରିଥିଲେ।