ମୁଖ୍ୟ ଖବର

ଭୋଜି ବେଳେ ଉଚ୍ଚବାଚ! ସାଙ୍ଗର ଛୁରାମାଡ଼ରେ ଯୁବକ ଗୁରୁତର, ଅଭିଯୁକ୍ତକୁ କୋର୍ଟଚାଲାଣ

By Angul TV Bureau

November 25, 2024

ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ସହରରେ ସାଙ୍ଗର ଛୁରାମାଡ଼ରେ ଜଣେ ଯୁବକ ଗୁରୁତର ହୋଇଛନ୍ତି। ତାଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି।

ସୂଚନା ମୁତାବକ, ୨ ନମ୍ବର ୱାର୍ଡର ତାରିକ ଖାନ୍ (୨୧) ସାଙ୍ଗମାନଙ୍କ ସହ ଗତ ରବିବାର ସନ୍ଧ୍ୟାରେ ଘର ଛାତ ଉପରେ ଭୋଜିଭାତ କରିଥିଲେ। ଏହି ସମୟରେ ସାଙ୍ଗମାନଙ୍କ ମଧ୍ୟରେ ଉଚ୍ଚବାଚ ହୋଇଥିଲା। ତାରିକ ଏକ ଛୁରୀରେ ହରିଡ଼ାନାଳୀର ଅନ୍ୟ ଜଣେ ସାଙ୍ଗ ରଥି ନାଏକ (୧୭) ର ପେଟକୁ ଭୁସି ଦେଇଥିଲା। ରଥିର ପେଟରୁ ଅନ୍ତଃବୁଜୁଳା ବାହାରି ଆସିଥିଲା। ତାକୁ ଗୁରୁତର ଅବସ୍ଥାରେ ତାରିକ ନିଜେ ଆଠମଲ୍ଲିକ ଉପଖଣ୍ଡ ଚିକିତ୍ସାଳୟକୁ ନେଇ ଯାଇଥିଲା। ଡାକ୍ତରଙ୍କ ଠାରୁ ଖବର ପାଇ ସ୍ଥାନୀୟ ପୋଲିସ ଚିକିତ୍ସାଳୟରେ ପହଞ୍ଚି ତାରିକକୁ କାବୁ କରିଥିଲା। ରଥିକୁ ଗୁରୁତର ଅବସ୍ଥାରେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଆହତ ରଥିର ବାପା ପଳଉ ନାଏକଙ୍କ ଅଭିଯୋଗ ପାଇ ପୋଲିସ ଏକ ହତ୍ୟା ଉଦ୍ୟମ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଏଥିସହ ଗିରଫ ତାରିକକୁ କୋର୍ଟ ଚାଲାଣ କରିଛନ୍ତି।