ଘଟଣା ଓ ଦୁର୍ଘଟଣା

ପାଣିଟାଙ୍କି ପାଇଁ ଲାଗିଥିବା ବାଉଁଶ ପଡ଼ି ଯୁବକ ଗୁରୁତର

By Sanjeeb Biswal

October 15, 2022

ଛେଣ୍ଡିପଦା: ସ୍ଥାନୀୟ ଛେଣ୍ଡିପଦା ଥାନା ବାଘୁଅବୋଲରେ ପାଣି ଟାଙ୍କି ନିର୍ମାଣ ପାଇଁ ଭିଡା ହୋଇଥିବା ବାଉଁଶ ପଡି ଜଣେ ଆହତ ହୋଇଛନ୍ତି। ଆହତ ହେଲେ ସେହି ଗାଁର ଜମ୍ବେଶ୍ୱର ଦେହୁରୀଙ୍କ ପୁଅ ବିଭୂତି (୨୬)। ସୂଚନା ଅନୁସାରେ, ଶନିବାର ପୂର୍ବାହ୍ନରେ ଗାଁରେ ପାଣିଟାଙ୍କି ନିର୍ମାଣ ପାଇଁ ଲଗାଯାଇଥିବା ବାଉଁଶ ଖୋଲା ଯାଉଥିଲା। କିଛି ଦୂରରେ ବସି ବିଭୂତି ମୋବାଇଲ ଦେଖୁଥିଲେ। କିନ୍ତୁ ହଠାତ ଏକ ବାଉଁଶ ତାଙ୍କ ଉପରେ ଗଳି ପଡ଼ିଥିଲା। ଫଳରେ ତାଙ୍କ ମୁଣ୍ଡରେ ଆଘାତ ଲାଗିଛି। ଗୁରୁତର ଅବସ୍ଥାରେ ବିଭୂତିଙ୍କୁ ଛେଣ୍ଡିପଦା ଡାକ୍ତରଖାନା ନିଆଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଅନୁଗୁଳ ଓ ପରେ କଟକ ସ୍ଥାନାନ୍ତର କରିଯାଇଥିବା ପରିବାର ପକ୍ଷରୁ ସୂଚନା ମିଳିଛି।