ମୁଖ୍ୟ ଖବର

ବାଉଁଶ ବୋଝେଇ ଟ୍ରାକ୍ଟର ସହ ୩ ମଟରସାଇକେଲ ଜବତ, ୧୪ ଗିରଫ

By Angul TV Bureau

February 03, 2021

ଅନୁଗୁଳ: ମଙ୍ଗଳବାର ବିଳମ୍ବିତ ରାତିରେ ଆଠମଲ୍ଲିକ ବନଖଣ୍ଡ ହଣ୍ଡପା ବାନାଞ୍ଚଳ କର୍ମଚାରୀ ପାଟ୍ରୋଲିଂ କରୁଥିବା ବେଳେ ବାଉଁଶ ବୋଝେଇ ଏକ ଟ୍ରାକ୍ଟର ଜବତ କରିଛନ୍ତି। ହଣ୍ଡପା- ପାତ୍ରପଡା ରାସ୍ତାରେ ଟ୍ରାକ୍ଟରଟି ଯାଉଥିଲା। ଟ୍ରାକ୍ଟରକୁ ଏସକର୍ଟ କରି ଆଣୁଥିବା ୩ଟି ମଟର ସାଇକେଲ ବି ଜବତ ହୋଇଛି। ଏହି ଘଟଣାରେ ୧୪ ଜଣଙ୍କୁ ବନ ବିଭାଗ ଗିରଫ କରି ବୁଧବାର କୋର୍ଟ ଚାଲାଣ କରିଛି। ଅଧିକାଂଶ ଅଭିଯୁକ୍ତ ଛେଣ୍ଡିପଦା ଥାନା ନୂଆଗାଁ ଗ୍ରାମର ବୋଲି ବନ ବିଭାଗ ସୂତ୍ରରୁ ଜଣାପଡିଛି।